Sunday, January 1, 2023

ଶ୍ରୀ ଅନିଲ କୁମାର ଲାହୋଟି

Posted On 01st January 2023 at 12:10 PM by PIB Bhubaneshwar

ରେଳ ବୋର୍ଡର ଅଧ୍ୟକ୍ଷ ତଥା ସିଇଓ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି


ନୂଆଦିଲ୍ଲ:01 ଜାନୁଆରୀ 2023 (PIB//ଓଡିଶା ସ୍କ୍ରିନ୍)::

ଶ୍ରୀ ଅନିଲ କୁମାର ଲାହୋଟି ଆଜି ରେଳ ବୋର୍ଡ (ରେଳ ମନ୍ତ୍ରଣାଳୟ)ର ନୂତନ ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । କ୍ୟାବିନେଟ ନିଯୁକ୍ତି କମିଟି ଶ୍ରୀ ଅନିଲ କୁମାର ଲାହୋଟିଙ୍କର ରେଳ ବୋର୍ଡ ଅଧ୍ୟକ୍ଷ ତଥା ସିଇଓ ଭାବରେ ନିଯୁକ୍ତିକୁ ଅନୁମୋଦନ କରିଛି । ଏହା ପୂର୍ବରୁ ଶ୍ରୀ ଅନିଲ କୁମାର ଲାହୋଟି ରେଳ ବୋର୍ଡର ସଦସ୍ୟ (ଭିତ୍ତିଭୂମି) ଭାବରେ କାର୍ଯ୍ୟ କରି ସାରିଛନ୍ତି ।

ଶ୍ରୀ ଲାହୋଟି ଇଣ୍ଡିଆନ୍ ରେଲୱେ ସର୍ଭିସ୍ ଅଫ୍ ଇଞ୍ଜିନିୟର୍ସ, ୧୯୮୪ ବ୍ୟାଚ୍‌ର ଅଧିକାରୀ ଅଟନ୍ତି । ସେ ଭାରତ ସରକାରଙ୍କ ଦ୍ୱାରା ଅନୁମୋଦିତ ଭାରତୀୟ ରେଳ ପରିଚାଳନା ସେବାର ସ୍ତର -୧୭ର ପ୍ରଥମ ପ୍ୟାନେଲରେ ସ୍ଥାନିତ ହୋଇ ସାରିଛନ୍ତି । ସେ ମାଧବ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ଡ ସାଇନ୍ସ, ଗ୍ୱାଲିଅରରୁ ସିଭିଲ ଇଞ୍ଜିନିୟରିଂରେ ସ୍ୱର୍ଣ୍ଣ ପଦକ ଲାଭ କରିଛନ୍ତି ଏବଂ ରୁରକି ବିଶ୍ୱବିଦ୍ୟାଳୟ (ଆଇଆଇଟି, ରୁରକି) ରୁ ମାଷ୍ଟର ଅଫ୍ ଇଞ୍ଜିନିୟରିଂ (ଷ୍ଟ୍ରକଚର୍ସ) କରିଛନ୍ତି । ରେଳବାଇରେ ତାଙ୍କର ୩୬ ବର୍ଷରୁ ଅଧିକ ଅବଧିର ସେବା ସମୟରେ ସେ କେନ୍ଦ୍ରୀୟ ରେଳ, ଉତ୍ତର ରେଳ, ଉତ୍ତର କେନ୍ଦ୍ରୀୟ ରେଳ, ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ରୀୟ

No comments:

Post a Comment